spot_img

ଆନନ୍ଦପୁର ଜିଲ୍ଲାରେ ଛାତ୍ର ଅଶାନ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ପୁଣି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । କଲେଜରେ କରୋନା ସଂକ୍ରମଣ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ । କଲେଜ ଅଧ୍ୟାପକ ସଂକ୍ରମଣର ଶିକାର ହେବା ହେତୁ ଛାତ୍ରଛାତ୍ରୀଙ୍କ ମଧ୍ୟ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଅନ୍ୟପଟେ ୧୯ ତାରିଖରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପରୀକ୍ଷା, ଯାହାକୁ ନେଇ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଭୟଭୀତ ଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଅନଲାଇନ ପରୀକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିବା ଦେଖା ଯାଇଛି । ପ୍ରତିବାଦରେ ଛାତ୍ରଛାତ୍ରୀ ଗେଟରେ ତାଲା ପକାଇବା ସହ ଟାୟାର ଜାଳି ପ୍ରତିବାଦ କରିଥିଲେ । କଲେଜ ଅଧ୍ୟକ୍ଷ ପିଲାମାନଙ୍କୁ ବୁଝାସୁଝା କରିଥିଲେ ସୁଧା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ସତ ତଥାପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତିକର ବାତାବରଣ ଲାଗିରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular