ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ଏହି ପର୍ବରେ ଉମରକୋଟ ନିର୍ବାଚନ ମଣ୍ଡଳୀର ଅନ୍ୟ ଦଳର ଶତାଧିକ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେପିର ମହିଳା ମୋର୍ଚ୍ଚାର ବରିଷ୍ଟ ନେତ୍ରୀ ପ୍ରବୀଣା କଲାର୍, ଭଗବାନ କଲାର, ଲାଇବନ କଲାର, ଶ୍ରୀନିବାସ ମୂର୍ତ୍ତି ପ୍ରମୁଖ ଏବଂ କଂଗ୍ରେସ ର ୧୫୦ ରୁ ଉଦ୍ଧ୍ୱର୍କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଇଥିଲେ ।
ମୁଖ୍ୟଅତିଥି ଭାବେ ମାନ୍ୟବର ନବରଙ୍ଗପୁର ସାଂସଦ ତଥା ବିଜୁ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ମାଝୀ. ଜ଼ିଲ୍ଲା ସଂଯଜକ ପ୍ରମୋଦ ପାଢ଼ୀ, ଜ଼ିଲ୍ଲା ଛାତ୍ର ସଭାପତି ସୁଧାଂଶୁ ଦାସ, ଜିଲ୍ଲା ଛାତ୍ର ଉପ-ସଭାପତି ଶ୍ରୀ ହିମାଂଶୁ ଜେନା ବ୍ଲକ ସଭାପତି ମନୋଜ ଧଳ, ନଗର ବିଜେଡି ସଭାପତି ଶ୍ରୀ କୈଳାସ ନାୟକ ଉମରକୋଟ ନଗର ଯୁବ ସଭପତି ଶ୍ରୀ ମୋନଜ କୁମାର ନାୟକ, ଯୁବ ନେତା ଗୁପ୍ତ ପ୍ରକାଶ ଝାଙ୍କର ଓ ନରେଶ ନାୟକ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0