ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଆଜି ୨୯ ଜିଲ୍ଲାରୁ ସର୍ବାଧିକ ୧୬୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୦୯ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୪୭୯ ରେ ପହଁଞ୍ଚି ଯାଇଛି । ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୦୮ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୮୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୫, ବାଲେଶ୍ବର ଜିଲ୍ଲାରୁ ୨୯, ବରଗଡ଼ ଜିଲ୍ଲାରୁ ୧୩, ଭଦ୍ରକ ଜିଲ୍ଲାରୁ ୨୦, ବଲାଙ୍ଗୀର ଜିଲ୍ଲାରୁ ୩୮, ବୌଦ୍ଧ ଜିଲ୍ଲାରୁ ୯, କଟକ ଜିଲ୍ଲାରୁ ୫୪, ଢେଙ୍କାନାଳ ଜିଲ୍ଲାରୁ ୪୯, ଗଜପତି ଜିଲ୍ଲାରୁ ୧୦୮, ଜଗତସିଂହପୁର ଜିଲ୍ଲାରୁ ୧୯, ଯାଜପୁର ଜିଲ୍ଲାରୁ ୪୪, ଝାରସୁଗୁଡ଼ା ଜିଲ୍ଲାରୁ ୧୧, କଳାହାଣ୍ଡି ଜିଲ୍ଲାରୁ ୩୦, କନ୍ଧମାଳ ଜିଲ୍ଲାରୁ ୪୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫, କେନ୍ଦୁଝର ଜିଲ୍ଲାରୁ ୩୧, କୋରାପୁଟ ଜିଲ୍ଲାରୁ ୪୬, ମାଲକାନଗିରି ଜିଲ୍ଲାରୁ ୩୦, ମୟୂରଭଞ୍ଜ ଜିଲ୍ଲାରୁ ୩୯, ନବରଙ୍ଗପୁରରୁ ୯, ନୟାଗଡ଼ ଜିଲ୍ଲାରୁ ୩୩, ନୂଆପଡ଼ା ଜିଲ୍ଲାରୁ ୫, ପୁରୀ ଜିଲ୍ଲାରୁ ୫୦, ରାୟଗଡ଼ା ଜିଲ୍ଲାରୁ ୧୬୪, ସମ୍ବଲପୁର ଜିଲ୍ଲାରୁ ୩୯, ସୁବର୍ଣ୍ଣପୁର ଜିଲ୍ଲାରୁ ୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0