spot_img

ବୈପାରିଗୁଡା ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ହିନ୍ଦୁ ନବବର୍ଷ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜ୍ଝ ପ୍ରଭୁ ଶ୍ରୀରାମ ଏବଂ ହନୁମାନଙ୍କ ଫଟୋ ଚିତ୍ରରେ ପୂଜାର୍ଚନା କରି ଉପସ୍ଥିତ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କ ନାମ କୀର୍ତ୍ତନ କରି ବୈପାରିଗୁଡା ସହର ପରିକ୍ରମା କରିଥିଲେ । ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ଉପସଭାପତି ରଜତ କୁମାର ବାଗ ଉପସ୍ଥିତ ରହି ଭାରତୀୟ ସଂସ୍କୃତିର ପ୍ରାଚୀନତା ସମ୍ୱନ୍ଧରେ ଆଲୋଚନା କରିଥିଲେ ଏବଂ ଏହା ସହିତ ଜାନୁଆରୀ ୧ କୁ ଭାରତରେ ନବବର୍ଷ ଭାବରେ ପ୍ରଚଳିତ କରିବା ହିନ୍ଦୁ ସଂସ୍କୃତି ବିରୁଦ୍ଧରେ ଇଂରେଜ ମାନଙ୍କ ଏକ ବଡ଼ ଷଡଯନ୍ତ୍ର ଥିଲା ବୋଲି ସେ କହିଥିଲେ । ଏହି କାର୍ୟ୍ୟକ୍ରମରେ ବଜରଙ୍ଗ ଦଳର ବ୍ଲକ ସଭାପତି ରବୀନ୍ଦ୍ର ନାୟକ, ଉପସଭାପତି କାର୍ତ୍ତିକ ଖିଲ ଙ୍କ ସମେତ ଦଳର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular