ପୁରୀ: ପୁରୀ ଜିଲ୍ଲା ଡାକ୍ତର ଓ ଷ୍ଟାଫ୍ ନର୍ସ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରସୂତି ବିଭାଗର ଅପରେସନ ଥିଏଟର ସିଲ କରାଯାଇଥିବା ଜଣାଯାଇଛି । ଗତ କାଲି ରାତିରେ ପ୍ରସୂତି ବିଭାଗର ଜଣେ ନର୍ସ ଓ ଡାକ୍ତର କରୋନା ପଜିଟିଭ ଚିହ୍ନଟ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସାନିଟାଇଜ କରାଯାଇଥିଲା । ସୁଚନା ମୁତାବକ, କିଛି ଦିନ ତଳେ ପୁରୀ ଜିଲ୍ଳା ମୁଖ୍ୟ ଚିକତ୍ସାଳୟ ଆଇସିୟୁୁରୁ ଜଣେ ରେଗୀ କରୋନା ପଜିଟିଭ ଚିହ୍ନଟ ପରେ ଆଇସିୟୁ ଦାୟିତ୍ୱରେ ଥିବା ଡାକ୍ତର, କର୍ମଚାରୀ ଓ ସେଠାରେ ଥିବା ସମସ୍ତ ରୋଗୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ରୋଗୀ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ପୁରୀର କୋଭିଡ- ହସ୍ପିଟାଲକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ପୁରୀ ସହରରେ ଏବେ ଘରଘର ବୁଲି ସର୍ଭେ ଚାଲିଛି । ଯେଉଁମାନଙ୍କ ଦେହରେ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ନେଇ କ୍ୱାରେଣ୍ଟାଇନରେ ରଖାଯାଉଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0