ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ତ୍ୟାଗ, ବଳିଦାନର ତଥା ସମର୍ପଣର ପର୍ବ ଇଦ- ଉଲ- ଜୁହାକୁ ଚଳିତ ସଂପୂର୍ଣ୍ଣ ନିରାଡ଼ମ୍ବର ସହ ପାଳନ କରାଯାଉଛି । ଇଦ- ଉଲ- ଜୁହା ପର୍ବ ହେଉଛି ଆଲ୍ଲାଙ୍କ ପ୍ରତି ସମର୍ପିତ ହେବାର ପର୍ବ । ଓଡ଼ିଶାରେ ସଟଡ଼ାଉନ ଚାଲିଥିବା ବେଳେ ମୁସଲିମ ଧର୍ମାବଲମ୍ବୀମାନେ ନିଜ ନିଜ ଘରେ ରହି ନମାଜ ପାଠ କରିବେ । ସେହିପର ଆଜି ସକାଳ ୬ଟାରେ ଦିଲ୍ଲୀସ୍ଥିତ ଜାମା ମସଜିଦରେ ମୁସଲମାନ ସଂପ୍ରଦାୟ ସମୁହ ନମାଜ ପାଠ କରିଛନ୍ତ । ଅନ୍ୟପଟେ ସାଉଦି ଆରବର ପ୍ରସିଦ୍ଧ ମକ୍କା ମସଜିଦକୁ ଚଳିତବର୍ଷ କେବଳ ୧୦ ହଜାର ଯାତ୍ରୀ ହଜ୍ ଯାତ୍ରା କରୁଛନ୍ତି । କରୋନା ଭୂତାଣୁର ସଂକ୍ରମଣ ଭୟରେ ଏଭଳି କଟକଣା ଯୁକ୍ତ ହଜ ଯାତ୍ରାର ଆୟୋଜନ କରାଯାଇଛି । କେବଳ ସାଉଦିରେ ଥିବା ବିଦେଶୀଙ୍କୁ ହିଁ ଏଥିପାଇଁ ଅନୁମତି ଦିଆଯାଇଥିଲ।। ଗତ ୨୮ ଜୁଲାଇରୁ ଏଥର ହଜ ଯାତ୍ରା ଆରମ୍ଭ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0