ଉତ୍ତରପ୍ରଦେଶରେ ଆଗକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | ବିଏସପି ମୁଖ୍ୟ ମାୟାବତୀ ଏକ ସଭାରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି | ଏହି ସଭାରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପ୍ରତି ତାଙ୍କର ଭାବନା ଓ ତ୍ୟାଗ ସମାନ ରହିବ ବୋଲି କହିଛନ୍ତି | ତା ସହିତ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଉପରେ ପ୍ରଶ୍ନ ରଖିଛନ୍ତି | ସେ କହିଛନ୍ତି ଯଦି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ପୂର୍ବ ପୁରୁଷ ଏକ ତେବେ ମୁସଲମାନଙ୍କ ପ୍ରତି ଏତେ ପକ୍ଷପାତିତା କାହିଁକି କରାଯାଉଛି | ସେ କହିଛନ୍ତି ମୋହନ ଭାଗବତଙ୍କ ମୁହଁରେ ରାମ କିନ୍ତୁ ହାତରେ ଛୁରୀ ରହିଛି | ମୋହନ ଭାଗବତ ରାଜନୀତିକୁ ବିଭାଜନକାରୀ ସହ ତୁଳନା କରିଛନ୍ତି | ମୋହନ ଭାଗବତ ସବୁବେଳେ ବିଜେପିକୁ ସମର୍ଥନ ଦେଇ ଆସିଛନ୍ତି ଯାହା ଫଳରେ ଆଜି ଦେଶରେ ସମ୍ପ୍ରଦାୟିକତା ଝଡ ସୃଷ୍ଟି ହେଉଛି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0