ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ଏକ ସର୍କୁଲାର ଜାରି ହୋଇଥିଲା। ଏହାକୁ ସମର୍ଥନ କରିଛନ୍ତି ସୁପ୍ରିମକୋର୍ଟ। ମନ୍ଦିର ସମ୍ବନ୍ଧୀୟ ରାଜସ୍ୱ ରେକର୍ଡରୁ ପୂଜାରୀଙ୍କ ନାଁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟପ୍ରଦେଶ ଜମି ରାଜସ୍ୱ ସଂହିତା ୧୯୫୯ର ଏହି ସର୍କୁଲାରକୁ ରାଜ୍ୟ ହାଇକୋର୍ଟ ରଦ୍ଦ କରିଥିଲେ। ଏହାକୁ ନେଇ ମଧ୍ୟପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ‘ମନ୍ଦିରରେ ପ୍ରତିଷ୍ଠିତ ଠାକୁର ହିଁ ହେଉଛନ୍ତି ମନ୍ଦିର ଜମିର ମାଲିକ। ପୁରୋହିତ ଏହାକୁ ନେଇ ପାରିବେ ନାହିଁ। ସେ କେବଳ ଠାକୁରାଙ୍କୁ ପୂଜା କରିବେ, ଦେବତାଙ୍କ ସମ୍ପତିର ଦେଖାରେଖା କରିବେ।’ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ହେମନ୍ତ ଗୁପ୍ତା ଏବଂ ଏ ଏସ୍ ବୋପନ୍ନା ଆଜି ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇବା ବେଳେ ଅଯୋଧ୍ୟା ଜମି ବିବାଦର ଉଦାହରଣ ଦେଇଥିଲେ। ସେ କହିଥିଲେ, ପୂଜାରୀ ଜମିର ମାଲିକ କିମ୍ବା ସରକାରୀ ଲିଜ୍ଧାରୀ ଅଥବା ଜଣେ ସାଧାରଣ ମାଲିକ ନୁହନ୍ତି। ଏହାକୁ ପରିଚାଳନା ଉଦ୍ଦେଶ୍ୟରେ ରାଜସ୍ୱ ବିଭାଗ ଦ୍ୱାରା ତାଙ୍କୁ ନିଯୁକ୍ତି କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0