ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତଙ୍କ ଚହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶୂନ ରୁ ୧୮ ବର୍ଷ ମଧ୍ୟରେ ୧୦୨ ଜଣ ଅଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନରେ ଥିଲେ ଓ ୩୧୯ ହେଉଛନ୍ତି ଲୋକାଲ୍ କେସ୍ । ୭୬୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୮ ହଜାର ୫୯୧ ଜଣ ସୁସ୍ଥ ହୋଇସାରିଛନ୍ତି । ୬,୮୫୩ ଜଣ ଚିକିସôାଧୀନ ଅଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୮ ଜଣ । ଏହି ସହିତ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮,୦୭୦ କୁ ବୃଦ୍ଧି ପାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0