spot_img

ଆଇପିଏସ୍‌ ଅଧିକାରୀଙ୍କ ମିଳୁନି ପତ୍ତା

୧୯୯୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଧିକାରୀ ଏନବି ଭାରତୀ ଏଚ୍‌ଆର୍‌ପିସି ଆଇଜି ଭା‌ବେ କାର୍ଯ୍ୟରତ ଥିବା ସମୟରେ ବିବାଦୀୟ ସ୍ଥିତି ସୃଷ୍ଟି ହେବାରୁ ଏଡିଜି ତାଙ୍କ ‌ପ୍ରକୋଷ୍ଠ ବାହାରେ ନୋଟିସ୍ ଲଗାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଥିଲା। ଏବେ ଦୀର୍ଘ ଦିନ ଧରି ତାଙ୍କର ଏଭଳି ଢଙ୍ଗରେ ନ‌ିଖୋଜ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରାୟ ୨ ବର୍ଷ ହେବ ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ସେ ‌ଛୁଟି ନେଇନାହାନ୍ତି କି ମୌଖିକ ଭାବେ ଓଡ଼ିଶା ପୁଲିସର କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି।

ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏଭଳି ହଠାତ୍ ନିଖୋଜ ରହିବା, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚିଠିର ଉତ୍ତର ନ ଦେବା ଓ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇ ନପାରିବା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଏନବି ଭାରତୀ, ପିତା ସ୍ବର୍ଗତ ସିବି ନାରାୟଣ ଉଲ୍ଲେଖ ଥାଇ ରାଜାଜି ନଗର, ବାଙ୍ଗାଲୋର ଠିକଣାରେ ଚିଠି ପଠ‌ାଯାଇଥିଲା। ନୋଟିସରେ ଉଲ୍ଲେଖ କରାଯାଇଛି, ଏନ୍‌ବି ଭାରତୀଙ୍କ ପାଖକୁ ଯାଉଥିବା ଚିଠିଗୁଡ଼ିକ ଫେରିଆସୁଛି। ଫଳରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ ହୋଇଛି। ଘରୋଇ ବିଭାଗ ଆଦେଶ ନମ୍ବର ୪୫୧/ଆଇପିଏସ୍‌ ତା. ୩.୧.୨୦୨୦ରେ ତଦନ୍ତ ନ୍ୟସ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular