spot_img

ଝିଅମାନଙ୍କୁ ସମ୍ପତ୍ତିରେ ଦିଅନ୍ତୁ ଭାଗ : ପର୍ସନାଲ ଲ ବୋର୍ଡ

ମହିଳାଙ୍କୁ ଶିକ୍ଷିତ କରିବା ବିନା ସମାଜରେ ଏତେ ବଡ ପରିବର୍ତ୍ତନ ଆଣିବା ସମ୍ଭବ ନୁହେଁ। ଅଲ ଇଣ୍ଡିଆ ମୁସଲିମ ପର୍ଶନାଲ ଲ ବୋର୍ଡର ସମାଜ ସୁଧାର କମିଟି ମଙ୍ଗଳବାର ଦିନ ହୋଇଥିବା ବୈଠକରେ ଅନେକ ପ୍ରସଙ୍ଗ ଉପରେ ବିଚାର ହୋଇଛି। ବୈଠକ ବେଳେ ଅଧ୍ୟକ୍ଷ ମୌଲାନା ରାବେ ହସନି ନଦବି କହିଛନ୍ତି ଯେ, ମୁସଲମାନ ଇସ୍ଲାମ ଧର୍ମକୁ କେବଳ ନମାଜରେ ସୀମିତ କରିଦେଇଛନ୍ତି। ଭାରତରେ ବାହାଘରରେ ଯୌତୁକ ନେବା ଏବଂ ଦେବା ଉପରେ ସର୍ବଦା ନିଷେଧାଦେଶ ରହିଆସିଛି। ତଥାପି ବାହାଘରରେ ଅନେକ ଲୋକ ଯୌତୁକ ନିଅନ୍ତି ଓ ଦିଅନ୍ତି। ଇସ୍ଲାମ ଧର୍ମରେ ଯୌତୁକ ଦେବା ଓ ନେବା ଉପରେ ନିଷେଧାଦେଶ ରହିଛି। ଏପରିକି ମୁସଲିମ ପର୍ଶନାଲ ଲ ବୋର୍ଡ ମଧ୍ୟ ଯୌତୁକକୁ ଅଣ ଇସଲାମ ବୋଲି ଘୋଷଣା କରିଦେଇଛି। ସେ କହିଛନ୍ତି ଯେ ବାହାଘର ସମୟରେ ଇସଲାମ ଗାଇଡଲାଇନ ପାଳନ କରାଯିବା ଉଚିତ ଯେପରି କୌଣସି ମୁସଲିମ ଝିଅ ନିଜ ଘରେ ଅବିବାହିତ ନ ରହୁ। ଏଥିପାଇଁ ସବୁଠାରୁ ଜରୁରୀ ହେଲା ବିନା ଯୌତୁକରେ ବାହାଘର ହେବା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular