ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । ସଙ୍କଟରୁ ଜୀବନ ବଞ୍ଚାଇବା ପାଇଁ ଲକ୍ଷ ଲକ୍ଷ ଡାକ୍ତର ନିଯୁକ୍ତ ହୋଇଛନ୍ତି । ମାତ୍ର ଏଥିପାଇଁ ଯୋଗ୍ୟ ଡାକ୍ତରଙ୍କର ଅଭାବ ଦେଖିବାକୁ ମିଳିଛି । ସେପଟେ ପ୍ରାୟ ୫୦ ହଜାର ଡାକ୍ତର ଏହି ସେବା ପ୍ରଦାନ କରିବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ଏଫଏମଜିଇ ନିୟମ କାରଣରୁ ହାତ ବାନ୍ଧି ବସିଛନ୍ତି । ‘ଏଫଏମଜିିିଇ’ ହେଉଛି ଫରେନ ମେଡିକାଲ ଗ୍ରାଜୁଏଟ୍ ଏକଜାମ୍ । ଭାରତୀୟ ମେଡିକାଲ ନିୟମ ଅନୁସାରେ, ବିଦେଶରୁ ଏମବିବିଏସ ପାସ୍ ଫେରିଥିବା ଡାକ୍ତରମାନଙ୍କୁ ଏକ ବର୍ଷ ଭିତରେ ନିଜର ଇଣ୍ଟର୍ଣ୍ଣସିପ୍ ପୁରା କରିବା ପାଇଁ ପଡିବ । ଏହି ଇଣ୍ଟନସିପ୍ ସେମାନେ ଦେଶର କୌଣସି ଡାକ୍ତରଖାନା ତଥା ମେଡିକାଲ କଲେଜରେ ସଂପୂର୍ଣ୍ଣ କରିବେ । ତାପରେ ‘ଏଫଏମଜିଇ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ଦିଆଯିବ । ଏବେ ଏହି ନିୟମ ଇଚ୍ଛୁକ ଡାକ୍ତରମାନଙ୍କୁ କରୋନା ସମୟରେ ସେବା ପ୍ରଦାନ କରିବା ଉପରେ ପ୍ରତିବନ୍ଧକ ସାଜିଛି ।
କେତେକ ଦେଶରେ ଜାନୁଆରୀରୁ ଆରମ୍ଭ କରି ମାର୍ଚ୍ଚ ଭିତରେ ଏହି ପରୀକ୍ଷା ହେବାର ଥିଲା । କିନ୍ତୁ କରୋନା ପାଇଁ ଶେଷ ସମୟରେ ସମସ୍ତେ ସ୍ୱଦେଶ ଫେରିଆସିଛନ୍ତି । ଦେଶର ଏହି ସଙ୍କଟ ସମୟରେ ପରୀକ୍ଷା କରାନଯାଇ ମେଡିକାଲ ପ୍ରୋଭିଜନାଲ ସାର୍ଟିଫିକେଟ୍ ଆଧାରରେ କାମ କରିବାର ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଅନେକ ଛାତ୍ରଛାତ୍ରୀ । ଭାରତରେ ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ‘ଏଫଏମଜିଇ’ ହେବାକୁ ଯାଉଥିବା ବେଳେ ପାସର କଟ ଅଫ୍ ମାର୍କ ୫୦ ପ୍ରତିଶତରୁ କମାଇ ୩୫ ପ୍ରତିଶତ କରିବା ପାଇଁ ଅନୁରୋଧ କରାଯାଇଛି । ଏଫଏମଜିଇ ପରୀକ୍ଷାକୁ ରଦ୍ଦ କରି ଡାକ୍ତର ଲାଇସେନସ୍ ଦେବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ବିଚାର କରୁଥିବା ଜଣାପଡିିଛି । ଏଥିରେ ଅନେକ ଆଇନଗତ ସମସ୍ୟା ରହିଛି । କିନ୍ତୁ ବର୍ତ୍ତମାନ ଚିକିତ୍ସା କ୍ଷେତ୍ରରେ ଆବଶ୍ୟକତାକୁ ଚାହିଁ ଏନେଇ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0