ଗତବର୍ଷ ନଭେମ୍ବର ମାସରେ ଅଖ୍ତର୍ ‘ଅନ୍ଧେରି ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ’ରେ କଙ୍ଗନାଙ୍କ ବିରୋଧରେ ଅପରାଧିକ ଅଭିଯୋଗ କରିଥିଲେ। ସେ ଲେଖିଥିଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ସହ ହୋଇଥିବା ଟେଲିଭିଜନ୍ ସାକ୍ଷାତ୍କାରରେ ତାଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟ ସବୁ ମାନହାନୀସୂଚକ ଏବଂ ଭିତ୍ତିହୀନ। ଜାଭେଦ୍ ଅଖ୍ତର୍ଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ଏକ ଅଦାଲତ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ବିରୋଧରେ ଆରମ୍ଭ କରିଥିବା ଅପରାଧିକ ମାନହାନୀ ମାମଲା ଖାରଜ କରିବା ଲାଗି ସେ (କଙ୍ଗନା) କରିଥିବା ଆବେଦନକୁ ଆଜି ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଓକିଲ ରିଜ୍ୱାନ୍ ସିଦ୍ଦିକ୍ବିଙ୍କ ଜରିଆରେ କଙ୍ଗନା ଚଳିତ ବର୍ଷ ପ୍ରାରମ୍ଭରେ ‘ଅନ୍ଧେରି ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ଅଦାଲତ’ରେ ଆରମ୍ଭ ହୋଇଥିବା ଏହି ମାନହାନୀ ମୋକଦ୍ଦମାକୁ ଚାଲେଞ୍ଜ୍ କରିଥିଲେ। ସୂଚନାଯୋଗ୍ୟ ଯେ ଅଖତର୍ଙ୍କ ଅଭିଯୋଗ ଅନୁସାରେ, ଘଟଣାର ତଦନ୍ତ କରିବା ଲାଗି ୨୦୨୦ ଡିସେମ୍ବରରେ ଅଦାଲତ ଜୁହୁ ପୁଲିସକୁ ନିର୍ଦେଶ ଦେବା ପରେ କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରି ଚଳିତ ବର୍ଷ ଫେବ୍ରୁଆରିରେ ତାଙ୍କୁ ସମନ୍ ଜାରି କରିଥିଲେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0