spot_img

ସାଢେ ୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ତିନି ଗିରଫ

ଜୟପୁର: କୋରାପୁଟ ଜିଲ୍ଲାରୁ ସାଢେ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଏହି ମାମାଲାରେ ଜଣେ ମହିଳାଙ୍କ ସହ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି କୋରାପୁଟ ଜିଲ୍ଲାର ଲମତାପୁଟରୁ ଜୟପୁରକୁ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପୁରର ସଦର ଥାନା ପାତ୍ରପୁଟ ବ୍ରିଜ ନିକଟରେ କାରକୁ ଅଟକାଇଥିଲେ । ଉକ୍ତ କାରରୁ ୨୨ ପ୍ୟାକେଟ ଗଞ୍ଜେଇ ଜବତ ହୋଇଥିଲା । ଯାହାର ମୂଲ୍ୟ ସାଢେ ୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । କାରରେ ଥିବା ୩ଜଣଙ୍କୁ ଗିରିଫ କରାଯାଇଛି । ସେମାନଙ୍କ ମଧ୍ୟର ଦୁଇ ଅଭିଯୁକ୍ତ ଓ ଜଣେ ମହିଳା ରହିଥିଲେ । ବିହାରର ଅରବିନ୍ଦ କୁମାର, ଆସାମର କାମଲ ସୁନାର, ଓ ଶିଳ୍ପୀ ଆଚାରୀ । ତେବେ ମାଷ୍ଟରମାଇଣ୍ଡ ଦୁଇ ଜଣ ଫେରାର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular