ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ । ଆଉ ଶେଷ ଦିନରେ ମଧ୍ୟ ବିଧାନସଭା ସରଗରମ ରହିଛି । ଦୁଷ୍ମନ୍ତ ମୃତ୍ୟୁ ଘଟଣାକୁ ନେଇ ବିରୋଧୀମାନେ ଶାସକ ଦଳକୁ ଘେରିଥିବାବେଳେ, କଂଗ୍ରେସ ବିଧାୟକମାନେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଆଜି ବିଧାନସଭାରେ ହଲ୍ଲା କରିଥିଲେ । ହଟ୍ଟଗୋଳ ଭିତରେ ଚାଲିଛି ବିଧାନସଭା । ଆଜି ଶେଷଦିନରେ ମଧ୍ୟ ସରଗରମ ରହିଛି ଗୃହ । ଏସବୁ ଭିତରେ ବି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ବିଧାନସଭାରେ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରିଛନ୍ତି । ଗୃହକୁ ପ୍ରଥମେ ସାଢେ ୧୧ଟା ଓ ପରେ ୪ଟା ଯାଏଁ ମୁଲତବି କରାଯାଇଥିଲା । ଏହାପରେ ପୁଣି ଗୃହକାଯ୍ୟ ଆରମ୍ଭ ହେବା ସହିତ ହଟ୍ଟଗୋଳ ଭିତରେ ବିଭିନ୍ନ ରିପୋର୍ଟ ଉପସ୍ଥାପନ ହୋଇଛି । ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ଏହି ସିଏଜି ରିପୋର୍ଟକୁ ଉପସ୍ଥାପିତ କରାଯାଇଛି | ଖାଲି ସେତିକି ନୁହେଁ, ଜାତିଭିତ୍ତିକ ଜନଗଣନା ଓ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରେ ରଖିବା ନେଇ ବିଧାନସଭାରେ ସଙ୍କଳ୍ପ ଆସିଛି । ଏନେଇ ଆଜି ବିଧାନସଭାରେ ରାଜ୍ୟ ସରକାର ସଙ୍କଳ୍ପ ଆଣିଛନ୍ତି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0