ଭୁବନେଶ୍ୱର : ଓଲିଉଡ୍ ଅଭିନେତ୍ରୀ ତମନ୍ନା ବ୍ୟାସ୍ଙ୍କୁ ମିଳିଛି ଏକ ତେଲୁଗୁ ଫିଲ୍ମ। ଏନେଇ ତମନ୍ନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଫିଲ୍ମଟିର ନାଁ ‘ଭ୍ୟେ ଶୁଭମୁଲୁ କଲୁଗୁ ନେକୁ’। ନିକଟରେ ଫିଲ୍ମର ମହୁରତ ସରି ଶୁଟିଂ ଆରମ୍ଭ ହୋଇଛି। ଇନ୍ଷ୍ଟାଗ୍ରାମରେ ମହୁରତର ଫଟୋ ଶେଆର କରି ତମନ୍ନା ଲେଖିଛନ୍ତି, ‘ନୂଆ ଯାତ୍ରା, ନୂତନ ଆରମ୍ଭ। ସମସ୍ତଙ୍କର ଆଶୀର୍ବାଦ ଚାହୁଁଛି।’
ତମନ୍ନାଙ୍କ ଏହି ପୋଷ୍ଟ ଦେଖି ତାଙ୍କ ପ୍ରଶଂସକମାନେ ବିଭିନ୍ନ କମେଣ୍ଟ ଦେଇଛନ୍ତି। କିଛି ଲୋକ ତମନ୍ନା ଜଣେ ଦକ୍ଷ ଅଭିନେତ୍ରୀ ଓ ସେ ସାଉଥି ଫିଲ୍ମରେ କାମ କରି ସଫଳ ହୋଇପାରିବେ ବୋଲି କହିଛନ୍ତି। ଆଉ କିଛି ପ୍ରଶଂସକ ସେ ସାଉଥିରେ କାମ କରି ଆହୁରି ଅଧିକ ନାଁ କରନ୍ତୁ ଏବଂ ଓଡ଼ିଶା ନାଁକୁ ଏମିତି ଆଗକୁ ନେଇ ଯାଆନ୍ତୁ ବୋଲି କମେଣ୍ଟ କରିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0