ଗତ ୧୧ ତାରିଖ ରୁ ଲାଗିଥିବା ଲଗାଣ ବର୍ଷା ଯୋଗୁଁ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢ଼ିବାରେ ଲାଗିଛି । ଜଳସ୍ତର ବୃଦ୍ଧି କୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍ ଖୋଲାଯାଇଛି । ଏହା ପ୍ରଭାବରେ ବହୁ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଫଳରେ ବନ୍ୟା ଆଶଙ୍କାରେ ଲୋକେ ମୁଣ୍ଡରେ ହାତ ଦେଲେଣି । ନରାଜରେ ମହାନଦୀର ଜଳସ୍ତର ବଢୁÿଥିବା ବେଳେ ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି । ସେହିପରି ସୁନ୍ଦରଗଡରେ ଇବ୍ , ଜେନାପୁର ଓ ପାନପୋଷରେ ବ୍ରାହ୍ମଣୀର ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦାରେ ବୈତରଣୀର ଜଳସ୍ତର ବଢ଼ୁଥିବା ବେଳେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0