ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ତିନୋଟି ରାଜଧାନୀ ହେବାକୁ ଯାଉଅଛି । ସମ୍ବିଧାନର ତିନୋଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଢାଞ୍ଚାରେ ଏହା ଗଠିତ ହେବାକୁ ଯାଉଅଛି । ବର୍ତ୍ତମାନର ରାଜଧାନୀ ଅମରାବତୀ ହେବ ରାଜ୍ୟର ବିଧାନ ରାଜଧାନୀ ଏବଂ ଏଠାରେ ରାଜ୍ୟ ବିଧାନସଭା ରହିବ । ସେହିପରି ବିଶାଖାପାଟନମ୍ ରେ କାର୍ଯ୍ୟକାରୀ ରାଜଧାନୀ ଏବଂ କୁର୍ଣ୍ଣୁଲରେ ନ୍ୟାୟିକ ରାଜଧାନୀ ରହିବା ପାଇଁ ସ୍ଥିର କରାଯାଇଛି । ଏଠାରେ ରାଜ୍ୟର ହାଇକୋର୍ଟ କାର୍ଯ୍ୟ କରିବ । ସରକାର ଏବେ ‘ଆନ୍ଧ୍ରପ୍ରଦେଶ ମହାନଗର କ୍ଷେତ୍ର’ ଏବଂ ‘ସହରୀ ବିକାଶ ପ୍ରାଧିକରଣ ଅଧିନିୟମ ୨୦୧୬’ ଆଧାରରେ ଏକ ନୂଆ ଅମରାବତୀ ମହାନଗର କ୍ଷେତ୍ର ବିକାଶ କରିବାକୁ ଆଶା ରଖିଛି ।
୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜିତ ହୋଇ ତେଲେଙ୍ଗାନା ଅଲଗା ହୋଇଥିଲା । ସରକାରୀ କାର୍ଯ୍ୟକୁ ସୁଗମ କରିବା ପାଇଁ ୨୦୧୯ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓା୍ୱଇ ଏସ୍ ଜଗନ୍ ମୋହନ ରୋଡ୍ଡୀ ଏନେଇ ଦୁଇଟି ବିଲ୍ ବିଧାନସଭାରେ ଆଗତ କରିଥିଲେ । ବିଲ୍ ଦୁଇଟି ହେଲା, ‘ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ଅନ୍ତର୍ଭୁକ୍ତ ବିକାଶ ବିଲ୍ ୨୦୨୦’ ଏବଂ ‘ଆନ୍ଧ୍ରପ୍ରଦେଶ ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ ବିଲ ୨୦୨୦’ । ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ବିଲ୍ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପାଖକୁ ପଠାଯାଇଥିଲା, ଯାହାକୁ ଜୁଲାଇ ୩୧ ତାରିଖରେ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0