ସଡକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା | ଏଭଳି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜସ୍ଥାନ ସରକାର | ରାଜସ୍ଥାନର ଅର୍ଥ ବିଭାଗ ଏନେଇ ଜୀବନ ରକ୍ଷକ ଯୋଜନାର ଆରମ୍ଭ କରିଛି । ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ରାଜ୍ୟର ସରକାରୀ ବା ବେସରକାରୀ ହସ୍ପିଟାଲରେ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ତେବେ ଏହି ଯୋଜନାକୁ ସଫଳ କରିବା ପାଇଁ ସଡ଼କ ସୁରକ୍ଷା କୋଷରୁ ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କୁ ୫ କୋଟିର ରାଶି ପ୍ରଦାନ କରାଯିବ | ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଜଣଙ୍କ ଅବସ୍ଥା ଗମ୍ଭୀର ଅଛି ବା ନାହିଁ ତାହା ମେଡିକାଲ ଅଫିସର ସ୍ଥିର କରିବେ ବୋଲି କୁହାଯାଇଛି । ସହାୟତା କରିଥିବା ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ସେ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହିତ ହସ୍ପିଟାଲର ସାମାନ୍ୟ ସୂଚନା ଦେବାକୁ ପଡ଼ିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0