କୋରାପୁଟ ୧୭।୯: ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କୋରାପୁଟ ଗସ୍ତ । ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ କଲେ ସମୀକ୍ଷା । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ କର୍ମ ନିଯୁକ୍ତି, ଜଙ୍ଗଲ ବିଭାଗ ସମେତ ରାଜସ୍ବ ଆଦାୟ ଆଦି ବିଭିନ୍ନ ବିନ୍ଦୁ ଉପରେ କରିଛନ୍ତି ସମୀକ୍ଷା। କୋରାପୁଟ ଜିଲ୍ଲାପାଳ ସମେତ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ ।
ଭୁବନେଶ୍ବରରୁ ବିମାନଯୋଗେ ଆସି ଜୟପୁର ରେ ଅବତରଣ କରିଥିଲେ । ଜୟପୁର ଏୟାର ଷ୍ଟ୍ରିପରୁ ସିଧାସଳଖ କୋରାପୁଟ ସଦଭାବନା ସଭା ଗୃହକୁ ଆସି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଆକାଂକ୍ଷା ଜିଲ୍ଲାର ମାନଦଣ୍ଡ ଅନୁସାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାର ବିକାଶ ମୂଳକ କାର୍ଯ୍ୟର ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଲେ । ୫ଟି ସେକ୍ଟରରେ ଶହେଟି ଇଣ୍ଡିକେଟରରେ କାର୍ଯ୍ୟ ଆଗେଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ପଡା ଗ୍ରାମକୁ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ଗ୍ରାମର ମାନ୍ୟତା ଦିଆଯିବା ଉପରେ କାର୍ଯ୍ୟ ଆରମ୍ଭ କରିବାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0