ବଲିଉଡରେ ନିଜର ଫିଟନେସ ପାଇଁ ଚର୍ଚ୍ଚା ରେ ଥାନ୍ତି ମଲାଇକା ଅରୋରା | ସେ ସବୁବେଳେ ନିଜ ଫିଟନେସର ମନ୍ତ୍ର ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି | ଯାହା ତାଙ୍କ ପ୍ରଶଂସକଙ୍କୁ ଆକ୍ରୁଷ୍ଟ କରାଏ | ତେବେ ସେ ଏବେ ତାଙ୍କ ଚାଲିକୁ ନେଇ ଚର୍ଚ୍ଚାରେ ଅଛନ୍ତି | ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ମଲାଇକାଙ୍କ ଏହି ଅଜବ ଚାଲିର ଭିଡିଓ | ଲୋକମାନେ ତାଙ୍କ ଚାଲି ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି। ନିକଟରେ ମଲାଇକା ଜିମ୍ ଯାଉଥିବାବେଳେ ଫଟୋଗ୍ରାଫରମାନେ କ୍ୟାମେରାରେ କଏଦ କରିଛନ୍ତି। ଏହି ସମୟରେ ସେ ବ୍ଲାକ୍ ଜିମ୍ ଡ୍ରେସ୍ ଏବଂ ଫ୍ଲିପ୍ ଫ୍ଲପ୍ ପିନ୍ଧିଛନ୍ତି। ମଲାଇକାଙ୍କୁ ବଲିଉଡର ସବୁଠାରୁ ଫିଟ୍ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ସେ ନିଜେ ଫିଟ୍ ରହି ଲୋକଙ୍କୁ ମଧ୍ୟ ଫିଟ୍ ରହିବାକୁ ପ୍ରେରଣା ଦିଅନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୋଗ ସମ୍ବନ୍ଧୀୟ ଭିଡିଓ ଏବଂ ଫିଟନେସ୍ ଟିପ୍ସ ମଧ୍ୟ ସେୟାର କରନ୍ତି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0