ଭାରତର ପ୍ରଧାନ ବିଚାରପତି ଏନ୍.ଭି. ରମନାଙ୍କ ନେତୃତ୍ବାଧୀନ ତିନି ସଦସ୍ୟବିଶିଷ୍ଟ ‘ସୁପ୍ରିମ୍ କୋର୍ଟ କଲେଜିୟମ’ ୧୭ଜଣଙ୍କ ନାମ ସୁପାରିସ କରିଛନ୍ତି। ୧୭ଜଣଙ୍କ ମଧ୍ୟରୁ ୩ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିବା ସହ ଜଣେ ବିଚାରପତି ଓଡ଼ିଶାରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇ ଯିବା ପାଇଁ ସୁପାରିଶ କରିଛନ୍ତି ସୁପ୍ରିମ୍ କୋର୍ଟ ‘କଲେଜିୟମ’। ରାଜସ୍ଥାନ ହାଇକୋର୍ଟ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟ ଏବଂ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ବିଶ୍ବନାଥ ସୋମାଦ୍ଦେରଙ୍କୁ ସିକ୍କିମ ହାଇକୋର୍ଟ ବଦଳି କରିବାପାଇଁ ସୁପାରିସ କରାଯାଇଛି। ଏହା ସହ ଏ.ଏ କୁରେଶୀଙ୍କୁ ତ୍ରିପୁରାରୁ ରାଜସ୍ଥାନ ହାଇକୋର୍ଟକୁ ବଦଳି କରିବାପାଇଁ କଲେଜିୟମ ସୁପାରିସ କରିଛନ୍ତି। ପଞ୍ଜାବ ଏବଂ ହରିୟାଣାରୁ ଜଷ୍ଟିସ୍ ଜଶୱନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହେବା ସହ ଜଷ୍ଟିସ୍ ସୌମେନ ସେନ ଏବଂ ଜଷ୍ଟିସ୍ ଅରିନ୍ଦମ ସିହ୍ନା କୋଲକାତାରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିବା ପାଇଁ କଲିଜିୟମ୍ ସୁପାରିଶ କରିଛନ୍ତି । ଏହା ସହ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶାରୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ସୁପାରିସ କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0