ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ଦେବତା ସାଜିଥିବା ସୋନୁ ସୁଦଙ୍କ ଏବେ ଅଡୁଆ ବଢ଼ିବାରେ ଲାଗିଛି | ଆୟକର ବିଭାଗ ତାଙ୍କ ଆୟବ୍ୟୟର ଖୋଳତାଡ଼ କରୁଛି । ସୋନୁ ୨୦ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହେଉଛି । ସୋନୁ ସୋସିଆଲ ମିଡିଆରେ ଆଇଟି ରେଡକୁ ନେଇ ପ୍ରଥମ ଥର ପାଇଁ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘ଆପଣଙ୍କୁ ସବୁବେଳେ ନିଜ ପକ୍ଷର ସତ ବାବଦରେ ସଫେଇ ଦେବାକୁ ପଡ଼େ ନାହିଁ.. ସମୟ ସବୁକିଛି କହିଥାଏ।’ ସୋନୁ ଆହୁରି ଲେଖିଛନ୍ତି, ‘ମୁଁ ପୁରା ସଚ୍ଚୋଟତା ସହିତ ଦେଶର ଲୋକଙ୍କୁ ସାହାଯ୍ୟ କରୁଛି। ମୋର ଫାଉଣ୍ଡେସନ୍ ସର୍ବଦା ଲୋକଙ୍କ ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାଏ। ସୋନୁ ଏକ ସାକ୍ଷାତକାରରେ ଖୁଲାସା କରିଥିଲେ ଯେ, ଦୁଇ ଦୁଇଟି ରାଜନୈତିକ ଦଳ ତରଫରୁ ତାଙ୍କୁ ରାଜ୍ୟସଭାର ସିଟ୍ ଅଫର୍ କରାଯାଇଥିଲା । କିନ୍ତୁ ସୋନୁ ରୋକଠୋକ ମନା କରିଦେଇଥିଲେ । ରାଜନୀତି କରି ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ । ତାସହ ବର୍ତ୍ତମାନ ଯେଉଁସବୁ ଯାଞ୍ଚ ଚାଲିଛି ତାର ସଠିକ୍ ଓ ଉପଯୁକ୍ତ ଦସ୍ତାବିଜ ସେ ଆୟକର ବିଭାଗକୁ ପ୍ରଦାନ କରିଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0