କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଟୁଇଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ନିର୍ବାଚନରେ ବିଜୟଲାଭ କରିଥିବାରୁ ଆପଣଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ | କାନଡାରେ କରୋନାଭାଇରସ୍ ମହାମାରୀର ଚତୁର୍ଥ ଲହର ଚାଲିଥିବା ବେଳେ ଅନୁଷ୍ଠିତ ଏହି ନିର୍ବାଚନ ଥିଲା ଦେଶର ଇତିହାସରେ ସବୁଠୁ ବ୍ୟୟବହୁଳ ନିର୍ବାଚନ। ଏଥିରେ ପ୍ରାୟ ୬୦୦ ନିୟୁତ କାନଡୀୟ ଡଲାର୍ ବ୍ୟୟ ହୋଇଛି। ଏହି କାନଡୀୟ ସଂସଦୀୟ ନିର୍ବାଚନରେ ‘ଏନ୍ଡିପି’ର ନେତା ଜଗମୀତ୍ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ହରଜୀତ୍ ସାଜ୍ଜନ୍ଙ୍କ ସମେତ ୧୭ଜଣ ଭାରତୀୟ ବଂଶୋଦ୍ଭବ କାନଡୀୟ ବିଜୟୀ ହୋଇଛନ୍ତି। ଭାରତ-କାନଡା ସମ୍ପର୍କକୁ ଆହୁରି ନିବିଡ଼ ତଥା ବୈଶ୍ବିକ ଓ ବହୁପାକ୍ଷିକ ସମସ୍ୟାରେ ଆମର ସହଯୋଗ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ମୁଁ ଆଶା କରୁଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0