spot_img

ଆମେରିକା ଗଲେ ମୋଦି

୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ ପାଇଁ ପାକିସ୍ତାନ ତିନିଥର ଆକାଶପଥ ବ୍ୟବହାର କରିବାକୁ ମନା କରିଦେଇଥିଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ଆମେରିକା ଅଭିମୁଖେ ବାହାରିଛି | ତେବେ ମୋଦୀଙ୍କ ବିମାନ ଆମେରିକା ଯିବା ସମୟରେ ପାକିସ୍ତାନର ଆକାଶ ସୀମାକୁ ବ୍ୟବହାର କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ କେଉଁଠାରେ ବି ନ ଅଟକି ୧୫ ଘଣ୍ଟା ମଧ୍ୟରେ ଆମେରିକାରେ ପହଞ୍ଚିବ। ଯେହେତୁ ଏହି ବିମାନ ଆଫଗାନିସ୍ତାନ ଆକାଶପଥ ବ୍ୟବହାର କରିବ ନାହିଁ, ତେଣୁ ଆମେରିକାରେ ପହଞ୍ଚିବାକୁ ଟିକିଏ ଅଧିକ ସମୟ ଲାଗିବ | ଆଫଗାନିସ୍ତାନ ଦେଇ ନ ଯିବା ପାଇଁ ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ ଦେଇ ଯାଇଥିବାର କୁହାଯାଇଛି | ସୂତ୍ର ଅନୁଯାୟୀ, ଆମେରିକା ଯିବା ପାଇଁ ପାକିସ୍ତାନର ଆକାଶ ସୀମା ବ୍ୟବହାର କରିବାକୁ ଭାରତ ପାକିସ୍ତାନର ଅନୁମତି ଲୋଡିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular