ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ରାସ୍ତା ଟି ମରଣ ଯନ୍ତା ପାଲିଟିଛି, ରାଜ୍ୟ ସରକାର ଲୋକ ମାନେ ସୁବିଧା ରେ ଯିବା ଆସିବା କରିବା ପାଇଁ ରାସ୍ତା ସହିତ ଡ୍ରେନ ନିର୍ମାଣ କରିବା କଥା କିନ୍ତୁ ଗଣିଆ କଲେଜ ଠାରୁ ଦିବ୍ୟା ଜ୍ୟୋତି କ୍ଲିନିକ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ୱରେ ଆଜକୁ ଏକ ମାସେ ହେଲା ପାଣି ଯାଉଥିବାରୁ ରାସ୍ତା ଟି ଖାଲ ଖମାରେ ପରିଣତ ସୃଷ୍ଟି ହୋଇ ରାସ୍ତା ଟି ନଷ୍ଟ ହେବାକୁ ବସିଲାଣି,ରାସ୍ତା ଉପରେ ପ୍ରତେକ ଦିନ ଲୋକ ମାନଙ୍କ ଠାରୁ ଆରମ୍ଭ କରି ଗାଡି ମଟର ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛନ୍ତି, କଲେଜ ର ଛାତ୍ର ଛାତ୍ରୀ ମାନେ କଲେଜ କୁ ଗଲା ସମୟରେ ଆସୁଥିବା ଗାଡି ଯିବା ରୁ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଡ୍ରେନ ପାଣି ଉପରେ ପଡି ଡ୍ରେସ ଉଦା ହେବା ଫଳରେ ଥଣ୍ଡା କାଶ ରେ ପଡୁଛନ୍ତି, ସେଠାରେ ପାଣି ଯିବା ଫଳରେ ମଶା ମାଛି ମାନଙ୍କର ବଂଶ ବିସ୍ତାର କରିବା ସହିତ ଡେଙ୍ଗୁ ବ୍ୟାପି ବାର ସମ୍ଭାବନା ସୃଷ୍ଟି ହେଉଛି,ଡ୍ରେନ ଟି ଯଦି ତିଆରି ନହୁଏ ରାସ୍ତା ଟି ସମ୍ପୂର୍ଣ ନଷ୍ଟ ହେବାକୁ ବସିଲାଣି, ଏହି ରାସ୍ତା ଦେଇ ପ୍ରତେକ ଦିନ ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ମାନେ ଯିବାଆସିବା କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ,ତୁରନ୍ତ ଡ୍ରେନ ଟି ନିର୍ମାଣ କରିବା ପାଇଁ ଅଂଚଳ ବାସୀ ପ୍ରଶାସନ ଙ୍କ ପାଖରେ ଦାବୀ କରିଛନ୍ତି



Visitors Today : 1
Total Visitors : 130303
Total Views : 9891806
Visitors Online Now : 0