ଦେଶରେ ପେଗାସସ୍ ପ୍ରସଙ୍ଗକୁ ନେଇ ରାଜନୈତିକ ହଲଚଲ ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସୁପ୍ରିମକୋର୍ଟ ବଡ ନିଷ୍ପତି ନେଇଛନ୍ତି | ପେଗାସସ୍ ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଆସନ୍ତା ସପ୍ତାହରେ ଏ ନେଇ ଏକ ବିସ୍ତୃତ ଆଦେଶ ଘୋଷଣା କରାଯିବ। ପ୍ରଧାନ ବିଚାରପତି ଏନ.ଭି ରମଣଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଏହି ମାମଲାରେ ନିର୍ଦ୍ଦେଶ ଜାରି କରାଯିବ। ଅଦାଲତ କହିଛନ୍ତି ଯେ ଆମେ ଜାଣିବାକୁ ଚାହୁଁଛୁ ଯେ ସରକାର ସାଧାରଣ ଲୋକଙ୍କ ଗୁଇନ୍ଦାଗିରି କରିବା ପାଇଁ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରିଛନ୍ତି କି ନାହିଁ। ପେଗାସସ୍ ଗୁଇନ୍ଦାଗିରି ମାମଲାରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଦିନ ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଏନ.ଭି ରମଣ କହିଛନ୍ତି ଯେ ଏହାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବେ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0