ଯେତେବେଳେ ଆତଙ୍କବାଦୀ କଥା ଉଠେ ସେତେବେଳେ ପାକିସ୍ତାନର କଥା ପ୍ରଥମେ ସାମ୍ନାକୁ ଆସିଥାଏ | ସାରା ବିଶ୍ବ ଜାଣିଛି ଯେ ଆତଙ୍କବାଦୀଙ୍କୁ ପୋଷୁଛି ପାକିସ୍ତାନ। ହତିଆର ମଧ୍ୟ ଯୋଗାଉଛି। ପାକିସ୍ତାନ ସର୍ବଦା ଜାତିସଙ୍ଘର ଭୁଲ୍ ବ୍ୟବହାର କରିଛି। କୁଖ୍ୟାତ ଆତଙ୍କବାଦୀ ଓସାବା ବିନ୍ ଲାଡେନ୍ର ନାଁ ସାମ୍ନାକୁ ଆଣି ସାରା ବିଶ୍ୱ ଆଗରେ ପାକିସ୍ତାନର ରହସ୍ୟ ଖୋଲିଥିଲା ଭାରତ ବୋଲି ଜାତିସଂଘ ସାଧାରଣ ପରିଷଦରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କହିଛନ୍ତି। ଇମ୍ରାନ ଖାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିବା ଭାରତୀୟ ମହିଳା ହେଉଛନ୍ତି ସ୍ନେହା ଦୁବେ। ମିଳିତ ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ କଡା ଜବାବ୍ ଦେଇ ପାକିସ୍ତାନର ମୁହଁ ବନ୍ଦ କରିଦେଇଛନ୍ତି।ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ଆତଙ୍କବାଦକୁ ଖୋଲାଖୋଲି ସମର୍ଥନ କରିବା ପାକିସ୍ତାନର ଇତିହାସ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0