କଂଗ୍ରେସ ର ଓଡିଶା ବନ୍ଦ ଡାକରା ରେ ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ କଂଗ୍ରେସ କମିଟି ତରଫରୁ ସକାଳ 6ଟା ରୁ ସାନ୍ଧ୍ୟ 6ଘଟିକା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଅଛି, ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜ଼ିଲ୍ଲା ସଭାପତି ଙ୍କ ନିର୍ଦେଶ କର୍ମେ ରେ ଗଣିଆ ବ୍ଲକ ସଭାପତି ଶ୍ରୀ କାଶୀନାଥ ନାୟକ ଓ ଯୁବ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମହାଳିକ (ଚନ୍ଦନ )ବନ୍ଦ କରିଥିଲେ, ପେଟ୍ରୋଲ, ଡିଜେଲ, ଗ୍ୟାସ ଦରବୃଦ୍ଧି, ଚାଷୀ ଙ୍କ ସମସ୍ୟା, ବେକାରୀ କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟ ର ଜଳ ଜମି ଓ ରାଜ୍ୟ ବାସୀଙ୍କୁ ସୁରକ୍ଷା ନେଇ ପାରୁନ ଥିବା ଆଦି ସମସ୍ୟା ଦିଗକୁ ନେଇ ଏହି ବନ୍ଦ ପାଳନ ସମୟରେ ଗଣିଆ ର ସମସ୍ତ ଦୋକାନ ବଜ଼ାର ବନ୍ଦ କରିବା ସହ ଗାଡି ମଟର ବନ୍ଦ କରାଯାଇଛି, ଏହି ବନ୍ଦ ପାଳନ ସମୟରେ ବ୍ଲକ କଂଗ୍ରେସ ସଭାପତି କାଶୀନାଥ ନାୟକ ଓ ଯୁବ ସଭାପତି ଚିତ୍ତରଞ୍ଜନ ମହାଳିକ ଙ୍କ ସହିତ ସନ୍ତୋଷ ରାଉତ, ସୁକାନ୍ତ ଶତପଥୀ, ହାଲିମ ଖାଁ, ତ୍ରିନାଥ ବେହେରା, ଗୌରାଙ୍ଗ ନାଏ କ, ରମେଶ ସେଠି, ଭଗବାନ ଆମାୟତ ଙ୍କ ସହିତ 50ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ,



Visitors Today : 0
Total Visitors : 130166
Total Views : 9891611
Visitors Online Now : 0