ସାରା ଦେଶରେ କରୋନା ମହାମାରୀକୁ ମାତ୍ ଦେବା ପାଇଁ ଲଗାତର ଟିକାକରଣକୁ ଜୋରଦାର କରାଯାଇଛି । ମାତ୍ର ଏହାରି ଭିତରେ ଏକ ଟିକା କେନ୍ଦ୍ରରେ ବଡ ଧରଣର ଅବହେଳା ହୋଇଥିବା ଦେଖାଦେଇଛି । କରୋନା ଟିକା ବଦଳରେ ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡା ଟିକା ଦିଆଯାଇଛି । ଏହା ଘଟିଛି ମହାରାଷ୍ଟ୍ରର କାଲୱା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ପ୍ରଶାସନ ନିଲମ୍ବିତ କରିଛି । ରାଜକୁମାର ଯାଦବ ନାମକ ବ୍ୟକ୍ତି କରୋନା ଟିକା ନେବା ପାଇଁ ଆସିଥିଲେ । ସେ କୋଭିଶିଲ୍ଡ ଟିକା ନେବାକୁ ଆସିଥିଲେ । ମାତ୍ର ଭୁଲ ବଶତଃ ରାଜକୁମାର ଆଣ୍ଟିରାବିଜ୍ ଇଞ୍ଜେକ୍ସନ ଦିଆଯାଇଥିବା ଲାଇନ୍ରେ ଛିଡା ହୋଇଯାଇଥିଲେ । ଆଉ ତାଙ୍କ ପାଲି ପଡିବା ପରେ ଇଞ୍ଜେକ୍ସନ ଦେଉଥିବା ନର୍ସ କାଗଜପତ୍ର ଦେଖି ତାଙ୍କୁ ଆଣ୍ଟି ରେବିଜ୍ ଇଞ୍ଜେକ୍ସନ ଦେଇଥିଲେ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0