ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତିଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ମେହବୁବା ଟୁଇଟ୍ କରି କହିଛନ୍ତି, ତ୍ରାଲରେ କଥିତ ରୂପେ ସେନା ଦ୍ୱାରା ଲୁଟପାଟ କରାଯାଇଥିବା ଅଭିଯୋଗ ହୋଇଥିବା ଏକ ଗାଁ ପରିଦର୍ଶନ କରିବାକୁ ଚେଷ୍ଟା କରି ମୁଁ ଆଜି ପୁଣି ଥରେ ମୋ ଘରେ ଗୃହବନ୍ଦୀ ହୋଇଛି। ଏହା ହେଉଛି କାଶ୍ମୀରର ପ୍ରକୃତ ଚିତ୍ର। ଭାରତ ସରକାରଙ୍କ ସ୍ୱଚ୍ଛ ତଥା ନିର୍ଦ୍ଦେଶିତ ପିକନିକ୍ ଟୁର୍ ବଦଳରେ ଏଭଳି ବ୍ୟକ୍ତିଙ୍କୁ ଦେଖାଇବା ଉଚିତ। ଘାଟିରେ ସ୍ଥିତି ସ୍ୱଭାବିକ ଥିବା ଡିଣ୍ଡିମ ପିଟୁଥିବା ସରକାର ବାସ୍ତବରେ ଘାଟିର ସ୍ଥିତି ସ୍ୱଭାବିକତାଠାରୁ ବହୁ ଦୂରରେ ଅଛି। ଗତକାଲି ସେ ଘାଟିରେ ସାମ୍ବାଦିକଙ୍କୁ ଶୋଷଣା କରାଯାଉଥିବା ନେଇ ଅଭିଯୋଗ ଉଠାଇଥିଲେ। ଏନେଇ ସେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆକୁ ଚିଠି ଲେଖି ସ୍ୱତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍କୁ ଜମ୍ମୁକଶ୍ମୀର ପଠାଇ ତଦନ୍ତ କରିବାକୁ ଦାବି କରିଥିଲେ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0