ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ପୀୟୁଷ ଗୋୟଲ ଆଜି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ ମଧ୍ୟପ୍ରଦେଶରେ ନେମୁଚ-ରତ୍ଲାମ ଲାଇନକୁ ଡବଲ୍ ଲାଇନ୍ କରିବାକୁ ଅନୁମୋଦନ ଦିଆଯାଇଛି। ଏହି ୧୩୩ କିଲୋମିଟର ଲାଇନରେ ପ୍ରାୟ୧୯୬କୋଟି ଟଙ୍କା ଖର୍ଚ୍ଚ ହେବ। ସେ କହିଛନ୍ତି ଯେ କ୍ୟାବିନେଟ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାକୁ ସବୁଜ ସଙ୍କେତ ଦେଇଛି, ଯାହା ଅଧୀନରେ ସାରା ଦେଶରେ ୧୧.୨ଲକ୍ଷ ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏହି ଯୋଜନା ପାଞ୍ଚ ବର୍ଷ ଚାଲିବ ଏବଂ ଏଥିପାଇଁ ୧.୩୧ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଗୁଜୁରାଟରେ ରାଜକୋଟ-କାନାଲସ୍ ଲାଇନକୁ ମଧ୍ୟ ଏକ ଡବଲ ଲାଇନରେ ପରିଣତ କରିବାକୁ ଅନୁମୋଦନ କରାଯାଇଛି । ଏହି ୧୧୧ କିଲୋମିଟର ଲାଇନରେ ୧୦୮୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଦୁଇଟି ଲାଇନର ନିର୍ମାଣ ସହିତ ଶିଳ୍ପ ସଂସ୍ଥା ବୃଦ୍ଧି ପାଇବ। ଏହା ନିଶ୍ଚିତ ହୋଇଛି ଯେ ଏହି ଉଭୟ ରେଳ ଲାଇନ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0