ଭାରତୀୟ ପୁରୁଷ ହକି ଦଳର ତାରକା ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଦଳର ଅଂଶ ଥିବା ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ସେ ୨୦୧୪ ଏବଂ ୨୦୧୮ ଏସିଆନ୍ ଗେମ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଭାରତ ପକ୍ଷରୁ ନିକଟରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସ ଦଳରେ ଲାକ୍ରା ସାମିଲ ଥିଲେ। ଏଥର ଭାରତୀୟ ଦଳ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଥିଲା। ହକି ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୩୧ ବର୍ଷୀୟ ଲାକ୍ରା ୨୦୧ଟି ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0