ଆତଙ୍କବାଦୀଙ୍କ ବିରୋଧରେ ସ୍ୱତନ୍ତ୍ର ଅପରେସନରେ ଭାଗ ନେବ ଭାରତ। ସଙ୍ଘାଇ କର୍ପୋରେସ ଅର୍ଗାନାଇଜେସନ (ଏସ୍ସିଓ) ପକ୍ଷରୁ ଏହି ସ୍ୱତନ୍ତ୍ର ଅପରେସନ ପାକିସ୍ତାନରେ ଆୟୋଜନ କରାଯିବ। ଭାରତ ଏସ୍ସିଓର ସଦସ୍ୟ ହୋଇଥିବାରୁ ଏଥିରେ ଭାଗ ନେବା ପାଇଁ ପାକିସ୍ତାନକୁ ୩ ଜଣିଆ ଟିମ ପଠାଇବ। ସ୍ସିଓ ରିଜୋନାଲ ଆଣ୍ଟି ଟେରୋରିଷ୍ଟ ଷ୍ଟ୍ରକଚର(ଆରଏଟିଏସ୍) ଅଧୀନରେ ଏପରି କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଏସସିଓ ରାଷ୍ଟ୍ରଗୁଡ଼ିକ ମଧ୍ୟ ଆତଙ୍କବାଦ ବିରୋଧୀ ଅଭିଯାନରେ ନିଜର ଦକ୍ଷତା ବଢ଼ାଇ ପାରିବେ ବୋଲି କୁହାଯାଉଛି। ଏସ୍ସିଓରେ ରୁଷ, ଭାରତ, ଚାଇନା, ପାକିସ୍ତାନ ଓ ୪ କେନ୍ଦ୍ରୀୟ ଏସିଆ ରାଷ୍ଟ୍ର ରହିଛନ୍ତି। ଏପରି ଅପରେସନ ଦ୍ୱାରା ଆଫଗାନିସ୍ତାନରେ ରାଜନୀତିକ ଓ କୂଟନୀତିକ ଉପାୟରେ ସମସ୍ୟାକୁ ମୁକାବିଲା କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏସ୍ସିଓର ପ୍ରୋଟକଲ ଅନୁଯାୟୀ, ପାକିସ୍ତାନ ପଡ଼ୋଶୀ ଭାରତ ସମେତ ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଥିଲା। ଏହି ଯୁଦ୍ଧାଭ୍ୟାସରେ କୌଣସି ଟ୍ରୁପ୍ସ ସାମିଲ ହେବେନି। କେବଳ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ଆସୁଥିବା ଟଙ୍କାର ମାର୍ଗକୁ ଚିହ୍ନଟ କରିବା ଓ ଏହାକୁ ଅକାମୀ କରିବା ହିଁ ଏହି ଅପରେସନର ଲକ୍ଷ୍ୟ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0