spot_img

କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ଟଣାଓଟରା

ସୀମା ବିବାଦକୁ ନେଇ କୋଟିଆ ଚର୍ଚ୍ଚା ଥମିବାର ନାଁ ଧରୁନି । ଗୁଲାବ ବାତ୍ୟାର ଆକଳନ ସାଙ୍ଗକୁ କୋଟିଆ ଗ୍ରାମ ପୁଂଜରେ ଲାଗିଥିବା ଫଳକକୁ ନେଇ ପୁଣି ଟଣାଓଟରା ଆରମ୍ଭ ହୋଇଛି । ଓଡିଶା-ଆନ୍ଧ୍ର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଛକାପଂଝା ଚାଲିଛି । ଆଉ ଏହାରି ଭିତରେ କୋଟିଆର ବିକାଶ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି । ଗୁଲାବ କ୍ଷୟକ୍ଷତି ଆକଳନକୁ ନେଇ ଟଣାଓଟରା । କୋଟିଆ କ୍ଷତିର ଆକଳନ କଲେ ଓଡିଶା ଓ ଆନ୍ଧ୍ର ଅଧିକାରୀ । ଆନ୍ଧ୍ର-ଓଡିଶା ଅଧିକାରୀଙ୍କ ଟଣାଓଟରା ଭିତରେ ବାତ୍ୟା ଗୁଲାବ କ୍ଷୟକ୍ଷତିର ଆକଳନ ହୋଇଛି । କୋରାପୁଟ ଜିଲ୍ଳା ପ୍ରଶାସନ ଓ ଆନ୍ଧ୍ର ଅଧିକାରୀ କୋଟିଆ କ୍ଷୟକ୍ଷତିର ଆକଳନ କରିଛନ୍ତି । କିନ୍ତୁ ବିଡମ୍ବନା ଏହା ଯେ, କୋରାପୁଟ ଅଧିକାରୀ କ୍ଷୟକ୍ଷତି ରିପୋର୍ଟ ଦେବା ପୂର୍ବରୁ ଆନ୍ଧ୍ର ଅଧିକାରୀ ତାଙ୍କ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି । ତେବେ ଏବେ ଅପେକ୍ଷା କିଏ ଏବଂ କିପରି ବାତ୍ୟା ପ୍ରଭାବିତ କୋଟିଆର ବିକାଶ କରୁଛି । କାରଣ ବାତ୍ୟା ପ୍ରଭାବରେ କୋଟିଆର ଅନେକ ସ୍ଥାନରେ ବ୍ରିଜ୍ ଭାଙ୍ଗିଯିବା ସହ କେତେକ ଗାଁର ମାଟି ଘର ମଧ୍ୟ ଭାଙ୍ଗିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular