spot_img

ଅରିନ୍ଦମ ଦାସଙ୍କ ମୃତ୍ୟୁର ଅପପ୍ରଚାରକୁ ନେଇ ମୁହଁ ଖୋଲିଲେ ଭଉଣୀ

ଗତ ଶୁକ୍ରବାର ଘଟିଥିବା ବୋଟ୍‌ ଟ୍ରାଜେଡିରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ୮ ଦିନ ବିତିଲାଣି। ଅରିନ୍ଦମଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର। ଅରିନ୍ଦମଙ୍କ ମୃତ୍ୟୁ ଠାରୁ ତାଙ୍କ ବିଷୟରେ ଅପପ୍ରଚାର ଅଧିକ କଷ୍ଟ ଦେଉଛି ବୋଲି ଅରିନ୍ଦମଙ୍କ ଭଉଣୀ କହିଛନ୍ତି | ଅରିନ୍ଦମଙ୍କ ପରିବାର ତୁରନ୍ତ ଆର୍ଥିକ ସହାୟତା ଚାହୁଁଛି ବୋଲି କିଛି ଲୋକ ସୋଶାଲ ମିଡିଆରେ ଅପପ୍ରଚାର କରୁଥିବା ବେଳେ ଏହାକୁ ଆଦୌ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ସାନ ଭଉଣୀ ଝରଣା ଦାସ । ସେ ଟ୍ୱିଟ କରିଛନ୍ତି, ଆମେ ଏକ ଯୌଥ ପରିବାରରେ ରହୁଛୁ। ଆମେ ୩ ଭଉଣୀ ଓ ୨ ଭାଇ । ଆମ ସହ ମା’, କକା, ଖୁଡ଼ୀ, ଭାଉଜ(ଅରିନ୍ଦମଙ୍କ ସ୍ତ୍ରୀ) ଓ ପୁଅ ଅଛନ୍ତି। ଆମେ ସମସ୍ତ ଭାଇଭଉଣୀ ଆର୍ଥିକ ଦୃଷ୍ଟିରୁ ବେଶ୍‌ ସ୍ୱଚ୍ଛଳ । ଆମେ ଏକ ଯୌଥ ପରିବାରରେ ଥିବାରୁ ଭାଇଙ୍କର ସମସ୍ତ ଦାୟିତ୍ୱ ତୁଲାଇବାକୁ ବେଶ୍‌ ସକ୍ଷମ । ପରିବାର ହିସାବରେ ଆମେ ଭାଇର ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେବାକୁ ସକ୍ଷମ । ସେମାନେ ଏକ ସମ୍ମାନଜନକ ଜୀବନ ବଞ୍ଚିବାକୁ ସକ୍ଷମ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular