ରାଜଧାନୀର ଖଣ୍ଡଗିରି ଛକରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମଦ୍ୟପ ଯୁବତୀଙ୍କୁ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍ ଧରି ଫିଲ୍ମ ଷ୍ଟାଇଲ୍ରେ ହଙ୍ଗାମା କରିଥିଲେ ଯୁବତୀ ଜଣଙ୍କ । ଖବର ପାଇ ପୁଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଘରକୁ ଯିବାକୁ କହିଲେ । ହେଲେ ଯୁବତୀ ଜଣଙ୍କ ପୁଲିସ ଉପରେ ତାଉ ଦେଖାଇଲେ। ଏପରିକି ସିଗାରେଟ୍ ଟାଣି ପୁଲିସ ମୁହଁକୁ ନୂଆ ଛାଡ଼ୁଥିବାରୁ ଦେଖିବାକୁ ମିଳିଥିଲା । ଶେଷରେ ଥାନାରୁ ମହିଳା ପୁଲିସ ଆସି ମଦ୍ୟପ ଯୁବତୀଙ୍କୁ ଥାନାକୁ ନେଇ କେବଳ ଜରିମାନା କାଟି ଛାଡ଼ି ଦେଇଥିଲା। ଯୁବତୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାପଡ଼ିଛି । ଯୁବତୀ ଜଣଙ୍କ ଅଟୋ ଭିତରେ ବସି ଗୋଟିଏ ହାତରେ ବିୟର ବୋତଲ ଧରି ମଦ ପିଉଥିବା ବେଳେ ଅନ୍ୟ ହାତରେ ସିଗାରେଟ୍ ଧରି ଧୂଆଁ ଉଡ଼ାଉଥିଲେ। ଯୁବତୀଙ୍କ ବେଶପୋଷାକରୁ ଆଭିଜାତ୍ୟ ପରିବାର ଭଳି ମନେ ହେଉଥିଲେ। ପରେ ଯୁବତୀ ଜଣଙ୍କ ବିୟର ଶେଷ କରିବା ପରେ ରାସ୍ତା ମଝିରେ ନାଚିବାକୁ ଲାଗିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0