ନାରୀଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଯଦି ୨ ଭଉଣୀ ପଢୁଥାନ୍ତି ତେବେ ଜଣଙ୍କର ଫି ଛାଡ଼ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିିଛନ୍ତି। ଜିଲାସ୍ତରରେ ଏନେଇ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇ ପରବର୍ତ୍ତୀ କାର୍ଯ୍ୟଧାରା ପ୍ରସ୍ତୁତ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ମହିଳା ଶିକ୍ଷାକୁ ରାଜ୍ୟରେ ଅଗ୍ରାଧୀକାର ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯଦି ସ୍କୁଲ କର୍ତ୍ତୃପକ୍ଷ ଏଭଳି ନ କରିବାକୁ ସକ୍ଷମ ନୁହନ୍ତି। ତେବେ ସମ୍ପୃକ୍ତ ବିଭାଗ ଏନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସମସ୍ତଙ୍କୁ ଯେପରି ଶିକ୍ଷାର ସୁଯୋଗ ମିଳିବ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0