ରାଜକନିକା ବ୍ଲକ କଂଗ୍ରେସ ପକ୍ଷରୁ ଅଶୋକ ବଜାରସ୍ଥ ନୟନା ମଣ୍ଡପ ଠାରେ ଆଜି ୧୫୨ତମ ଗାନ୍ଧୀ ଜୟନ୍ତୀ ଓ ୧୧୭ତମ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇ ଯାଇଛି।ଏହି ଅବସରରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ବରିଷ୍ଠ ନାଗରିକ କାଲିପଦ ନାୟକ,ଦୁର୍ଯ୍ୟୋଧନ ମହାନ୍ତି,ପର୍ଶୁରାମ ରାଉତରାୟ, ସୁବାସ ପରିଡା,କ୍ଷୀରୋଦ ବେହୁରା,ବାବୁରାମ ଜେନା ପ୍ରମୁଖ ଯୋଗଦେବା ସହିତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।ଆନୁଷ୍ଠାନିକ ଭାବେ ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା ସଭାପତିତ୍ୱ କରିବା ସହିତ ପୂର୍ବତନ ବିଧାୟକ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ।ତେବେ ଅତିଥି ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କର ଗୁଣ ଗାରିମା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0