ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଜଗନ୍ନାଥ ମନ୍ଦିର ଠାରୁ ରାଉତପଡା ରାସ୍ତା ଟି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି, ଅସରାଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହି ପୋଖରୀ ର ଭ୍ରମ ସୃଷ୍ଟି କରୁଛି, ଏହି ରାସ୍ତା ଉପରେ ବେଲପଡ଼ାପଟଣା, ୱାଲିପୁର, ରାଉତପଡା, ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରି ଚଳନ୍ତି, ଏହି ରାସ୍ତା ଦେଇ ପ୍ରତେକ ଦିନ ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି ବରିଷ୍ଟ ନାଗରିକ ମାନେ ଯିବା ଆସିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି,ଆଗକୁ କାର୍ତ୍ତିକ ମାସ ଆସିବାରୁ ରାଉତପଡା ରେ ଶିବ ମନ୍ଦିର କୁ ଲୋକ ମାନେ ଯିବାକୁ ବହୁତ ଅସୁବିଧା ହେବ ବୋଲି ଲୋକ ମାନେ ପ୍ରକାଶ କରିଛନ୍ତି,ଏହି ରାସ୍ତା ଦେଇ ବାଲି ଘାଟ କୁ ଶହ ଶହ ଟ୍ରକ ଟ୍ରାକ୍ଟର ଯିବା ଯୋଗୁ ରାସ୍ତାଟି ଖାଲ ଖମା ରେ ପରିଣତ ହେଉଛି, ଉକ୍ତ ରାସ୍ତା ଟି ନିର୍ମାଣ କରିବା ପାଇଁ ଅଂଚଳ ବାସୀ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରିଛନ୍ତି, କେବେ ରାସ୍ତା ଟି ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା |



Visitors Today : 1
Total Visitors : 130424
Total Views : 9891955
Visitors Online Now : 0