ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ସମସ୍ତଙ୍କ ନଜର ରହିଛି ଭବାନୀପୁର ଉପରେ । ଏଠାରୁ ପ୍ରାର୍ଥୀ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଜଣା ପଡ଼ିବ ମମତାଙ୍କୁ ଭବାନୀପୁର ବାସିନ୍ଦା ସମର୍ଥନ ଦେଇଛନ୍ତି ନା ପ୍ରତ୍ୟାଖ୍ୟାନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ । ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ସେ ପରାସ୍ତ ହୋଇଥିଲେ । ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା ଟିଏମସି । ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା ବାନାର୍ଜୀ । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ ୬ ମାସ ଭିତରେ ତାଙ୍କୁ କୌଣସି ବିଧାନସଭା ଆସନରୁ ଜିତିବାକୁ ପଡ଼ିବ । ସେପଟେ ମମତା ବାନାର୍ଜୀ ଜିତିବେ ବୋଲି ଟିଏମସି ଦୃଢୋକ୍ତି କରିଛି |



Visitors Today : 4
Total Visitors : 130173
Total Views : 9891620
Visitors Online Now : 0