spot_img

ଏନସିବି ହାତରେ ଶାହରୁଖଙ୍କ ପୁଅ ଆର୍ଯ୍ୟାନ୍‌

‘କର୍ଡେଲିଆ କ୍ରୁଜ୍‌ ଏମ୍ପ୍ରେସ୍‌’ ଜାହଜରେ ଧରାପଡ଼ିଥିବା ଡ୍ରଗ୍ସ ମାମଲାରେ ‘ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ (ଏନ୍‌ସିବି) ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟାନ୍‌ଙ୍କୁ ପଚରା ଉଚୁରା କରୁଛି। ଗତକାଲି ଉକ୍ତ ଜାହାଜରେ ଚାଲିଥିବା ‘ରେଭ୍‌ ପାର୍ଟି’ ସଂକ୍ରାନ୍ତରେ ‘ଏନ୍‌ସିବି’ ଆର୍ଯ୍ୟାନ୍‌ଙ୍କୁ ପଚରାଉଚୁରା କରୁଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ଅଭିଯୋଗରେ ବୁକ୍‌ କିଂବା ଗିରଫ କରାଯାଇ ନ ଥିବା କଥା ‘ଏନ୍‌ସିବି’ର ଜୋନାଲ୍‌ ଡାଇରେକ୍ଟର୍‌ ସମୀର ୱାଙ୍ଖେଡ଼େ କହିଛନ୍ତି। ଉପରୋକ୍ତ ‘ରେଭ୍ ପାର୍ଟି’ ଆୟୋଜନ କରିଥିବା ୬ଜଣଙ୍କୁ ମଧ୍ୟ ‘ଏନ୍‌ସିବି’ ସମନ୍‌ ଜାରି କରିଛି। ଏହି ‘କ୍ରୁଜ୍‌ ପାର୍ଟି’ରେ ଯୋଗ ଦେବା ଲାଗି ଦିଲ୍ଲୀରୁ ଆସିଥିବା ତିନିଜଣ ଝିଅଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ସେମାନେ କେତେକ ପ୍ରମୁଖ ବ୍ୟବସାୟୀଙ୍କ ଝିଅ ବୋଲି ସୂଚନା ମିଳିଛି। ଏକ ବିବୃତିରେ ‘ଏନ୍‌ସିବି’ କହିଛି, ‘କ୍ରୁଜ୍‌’ରୁ ‘ଏକ୍‌ଷ୍ଟେସି’, ‘କୋକେନ୍‌’, ‘ମେଫିଡ୍ରୋନ୍‌’ ଏବଂ ‘ଚରସ୍‌’ ଭଳି ମାଦକ ଦ୍ରବ୍ୟ ଜବତ କରାଯିବା ପରେ ଏକ ମାମଲା ରୁଜୁ କରାଯାଇଛି। ଦୁଇଜଣ ମହିଳାଙ୍କ ସମେତ ୮ଜଣଙ୍କୁ ଅଟକ ରଖି ‘ଏନ୍‌ସିବି’ ସେମାନଙ୍କର ଭୂମିକା ବିଷୟରେ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular