ପିପିଲି ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଦଶମ ରାଉଣ୍ଡରେ ବିଜେଡିର ରୁଦ୍ରପ୍ରତାପ ମହାରଥୀ ଆଗୁଆ ଥିବା ଜଣାଯାଇଛି। ତାଙ୍କ ପଛକୁ ରହିଛନ୍ତି ବିଜେପିର ଆଶ୍ରିତ ପଟ୍ଟନାୟକ। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ତାଙ୍କ ତଳକୁ ରହିଛନ୍ତି। ବିଜେଡି ୧୦୪୫୧ ଖଣ୍ଡ ଭୋଟରେ ଏହି ରାଉଣ୍ଡରେ ଆଗୁଆ ରହିଛି। ଏହି ରାଉଣ୍ଡରେ ବିଜେଡିକୁ ୩୮୫୮୯, ବିଜେପିକୁ ୨୮୧୩୮ ଓ କଂଗ୍ରେସକୁ ୨୪୨୪ ଖଣ୍ଡ ଭୋଟ୍ ମିଳିଛି। ପିପିଲି ଉପନିର୍ବାଚନ ଭୋଟ୍ ଗଣତି ପୁରୀ ପେଣ୍ଠକଟା ଗଣତି କେନ୍ଦ୍ରରେ ଜାରି ରହିଛି। ଏଥିଲାଗି ସକାଳ ୮ଟାରୁ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଥିବା ବେଳେ, ୮ଟା ୩୦ରୁ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଥିଲା। ଗୋଟିଏ ହଲରେ ପୋଷ୍ଟାଲ ବାଲଟ୍ ଗଣତି ହୋଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0