ରବିବାର ଦିନ ସେ ଏକ କସମେଟିକ୍ ବ୍ରାଣ୍ଡ ପାଇଁ ରାମ୍ପ ୱାକ୍ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲେ୍ ହେଉଛି। ଏହି ସମୟରେ ଐଶ୍ୱର୍ଯ୍ୟାଏକ ଧଳା ଡ୍ରେସ୍ ପିନ୍ଧିଛନ୍ତି। ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ଐଶ୍ୱର୍ଯ୍ୟା ପ୍ୟାରିସରେ ଲେ ଡିଫାଇଲ୍ ଲ’ଅରିଆଲ୍ ପ୍ୟାରିସ୍ ୨୦୨୧ ୱମେନ୍ସ ୱେୟାର ସ୍ପ୍ରିଙ୍ଗ୍ / ସମର୍ ୨୦୨୨ ଶୋ’ରେ ଯୋଗ ଦେଇଥିଲେ। ତାଙ୍କ ରାମ୍ପ ଚାଲିବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ, କିଛି ଲୋକ ତାଙ୍କ ଲୁକ୍ ଏବଂ ମେକଅପକୁ ପସନ୍ଦ କରୁନାହାଁନ୍ତି। ରେଡ କାର୍ପେଟ କିମ୍ବା ରାମ୍ପରେ ଐଶ୍ୱର୍ଯ୍ୟାଙ୍କୁ ଦେଖିବା ପାଇଁ ଲୋକମାନେ ସର୍ବଦା ଉତ୍ସାହିତ ହୋଇଥାନ୍ତି। ବହୁତ ସମୟ ପରେ, ଯେତେବେଳେ ସେ ଫ୍ୟାଶନ୍ ଶୋ’ରେ ନଜର ଆସିଛନ୍ତି, ତାଙ୍କ ପ୍ରଶଂସକ ଖୁସି ଥିବାବେଳେ କିଛି ଲୋକ ତାଙ୍କ ଲୁକ୍ ଉପରେ ନେଗେଟିଭ୍ କମେଣ୍ଟ ଦେଉଛନ୍ତି। ସ୍ୱାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟା ରାୟ ପ୍ୟାରିସରେ ଅଛନ୍ତି। ଅଭିଷେକ ବଚ୍ଚନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି। କରୋନା କାରଣରୁ ଅଭିଷେକ ଏବଂ ତାଙ୍କ ପରିବାରର ଅଧିକାଂଶ ସମୟ ଘରେ ଅତିବାହିତ ହୋଇଥିଲା। ପ୍ରାୟ ୨ ବର୍ଷ ପରେ ଐଶ୍ୱର୍ଯ୍ୟା ବିଦେଶ ଯାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0