ସୋମବାର ରାତିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ଅଚାନକ ଅଚଳ ହୋଇପଡ଼ିଥିଲା। ଦୀର୍ଘ ୬ ଘଣ୍ଟାରେ ଏହା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ପ୍ରାୟ ୬ ଘଣ୍ଟା ଧରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ବନ୍ଦ ହୋଇଯିବା ଯୋଗୁ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଛି। ପ୍ରାୟ ମଙ୍ଗଳବାର ସକାଳ ୩.୧୫ଟାରେ କିଛି ଫେସବୁକ୍ ବ୍ୟବହାରକାରୀ ସୋସିଆଲ୍ ମିଡିଆ ଆପ୍କୁ ଆଂଶିକ ପ୍ରବେଶ କରିବାକୁ ଲାଗିଲେ। ଏହି ସମସ୍ୟାକୁ ନେଇ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିବା ସହ କହିଛନ୍ତି, “ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସ୍ ଆପ୍ ଏବଂ ମେସେଞ୍ଜର ପୁଣି ଥରେ ସେବା ଯୋଗାଇବାକୁ ସକ୍ଷମ। ଉପୁଜିଥିବା ସମସ୍ୟା ପାଇଁ ମୁଁ ଦୁଃଖିତ। ଏହି ସମସ୍ୟା ସମୟରେ ବ୍ୟବହାରକାରୀ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ସକ୍ଷମ ହୋଇନଥିଲେ। ଆଉଟଡେଜ୍ ଟ୍ରାକିଂ କମ୍ପାନୀ ଡାଉନ୍ଡେକ୍ଟର ଡଟ୍ କମ୍ ଅନୁଯାୟୀ ୮୦ ହଜାରରୁ ରୁ ଅଧିକ ଉପଭୋକ୍ତା ହ୍ୱାଟସଆପ ଏବଂ ୫୦ ହଜାରରୁ ଅଧିକ ଫେସବୁକରେ ଅଭିଯୋଗ କରିଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0