spot_img

ଇଡି ରେ ହାଜର ହେଲେ ଅଭୟକାନ୍ତ ପାଠକ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭୟକାନ୍ତ ପାଠକ ହାଜର ହୋଇଥିବାର ଖବର ମିଳିଛି। ଦୁଇଟି ମାମଲାରେ ପଚରାଉଚରା ପାଇଁ ସେ ହାଜର ହୋଇଥିବା ସୂଚନା ରହିଛି। ପୂର୍ବରୁ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୮ କୋଟି ଟଙ୍କାର କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ ଜାରି ରହିଛି। ଆର୍ଥିକ ଦେଣନେଣ ଉପରେ ନଜର ରହିଛି। ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକ ସମନ ଜାରି କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସୁଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ। ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଭୟଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular