ରବିବାର ଦିନ ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ମୁହଁ ଖୋଲିଲେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର। ଘଟଣା ପରେ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାକୁ ନେଇ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଘଟଣାସ୍ଥଳରେ ତାଙ୍କ ପୁଅ ଆଶିଷ ଥିବା ବା ଆଶିଷ ବସିଥିବା କାର ଚାଷୀଙ୍କ ଉପରେ ଚଢ଼ିଥିବାର ପ୍ରମାଣ ଦେଲେ ଯାଇ ସେ ଇସ୍ତଫା ଦେବେ ବୋଲି କହିଛନ୍ତି। କୃଷକ ସଂଘ ଦାବି କରିଥିଲା ଯେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁଅକୁ ନେଇ ଯାଉଥିବା ଏକ କାର ବିକ୍ଷୋଭକାରୀଙ୍କ ଉପରେ ଚଢ଼ିଯାଇଥିଲା। ଏହା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ୪ଜଣଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆଶିଷ ମିଶ୍ରଙ୍କ ବିରୋଧରେ ଏତଲା ପଞ୍ଜିକୃତ କରିବାକୁ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ପରେ ସେମାନଙ୍କର ଏହି ଦାବି ପୂରଣ କରାଯାଇଥିଲା। ଅଜୟ ମିଶ୍ର ଏହା ପୂର୍ବରୁ ଦାବି କରିଥିଲେ ଯେ, ତାଙ୍କ ପୁଅ ଆଶିଷ ଘଟଣା ଘଟିବା ସମୟରେ ସେହି ସ୍ଥାନରେ ନଥିଲେ। ଘଟଣା ଘଟିବା ସମୟରେ ତାଙ୍କ ପୁଅ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଭିଡିଓ ଏବଂ ଫଟୋ ପ୍ରମାଣ ଆକାରରେ ଥିବା ସେ କହିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0