ଆଜି ପ୍ରକାଶ ପାଇଥିବା ଫୋବର୍ସ ପତ୍ରିକାର ୧୦୦ ଭାରତୀୟ ଧନୀ ତାଲିକାରେ ମୁକେଶଙ୍କ ସମେତ ଦ୍ୱିତୀୟ ସ୍ଥାନରେ ଗୌତମ ଅଦାନୀ ତୃତୀୟ ସ୍ଥାନରେ ଶିବ ନାଦାର ରହିଛନ୍ତି । ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ୯୨ ଦଶମିକ ୭ ବିଲିୟନ ୟୁଏସଡି ରହିଥିବା ବେଳେ ୭୪ ଦଶମିକ ୮ ବିଲିୟନ ୟୁଏସଡି ସହ ଦ୍ୱିତୀୟରେ ରହିଛନ୍ତି ଗୌତମ ଆଦାନୀ । ୩୧ ବିଲିୟନ ଆମେରିକୀୟ ଡଲାର ସହ ତୃତୀୟରେ ଶିବ ନାଦାର ଏବଂ ୨୯ ଦଶମିକ ୪ ବିଲିୟନ ସହ ତାଲିକାର ଚତୁର୍ଥରେ ରହିଛନ୍ତି ରାଧାକିଷମ ଦମାନୀ । ପଞ୍ଚମରେ ରହିଛନ୍ତିସାଇରସ ପୁନଓ୍ୱାରା, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୯ ବିଲିୟନ ୟୁଏସଡି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0