ଦଶହରା ଅବସରରେ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକମାନେ ଚିତା ବାଘ, ଚିଙ୍କାରା ହରିଣ ଓ ଧୂସର ଗଧିଆ ଭଳି ୪ ପ୍ରଜାତିର ଜୀବ ଦେଖିବାକୁ ପାଇବେ। ସେହିଭଳି ଦୀର୍ଘ ବର୍ଷ ଧରି ଅଚଳ ହୋଇ ରହିଥିବା ଶିଶୁ ରେଳ ଆସନ୍ତାକାଲିଠାରୁ ପୁଣି ଗଡ଼ିବ। ଦୀର୍ଘ ଦିନ ଧରି ନନ୍ଦନକାନନରେ ଚିତାବାଘ ନଥିଲେ। ରାଜସ୍ଥାନ କୈଳାସପୁରୀସ୍ଥିତ ଜୟପୁର ଚିଡ଼ିଆଖାନାରୁ ଅଣାଯାଉଥିବା ୪ପ୍ରଜାତିର ୮ ବନ୍ୟପ୍ରାଣୀ ଭିତରେ ଦୁଇଟି ଚିତା ବାଘ ଅଛନ୍ତି। ତେଣୁ ଏଣିକି ପର୍ଯ୍ୟଟକମାନେ ଚିତା ବାଘ ଦେଖିବାକୁ ପାଇବେ। ସେହିଭଳି ଦୁଇଟି ଚିଙ୍କାରା ହରିଣ ଓ ହଳେ ଭାରତୀୟ ଧୂସର ଗଧିଆ, ୨ଟି ଅଣ୍ଡିରା ଥଣ୍ଟିଆ କୁମ୍ଭୀର ଅଛନ୍ତି। ବନ୍ୟପ୍ରାଣୀ ବିଭାଗ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶଶୀ ପଲ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ, ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ଯୋଗ ଦେବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0