ଲକ୍ଷ୍ନୌ : ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳ ରାଣୀ ବରୁଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ସଂଜୟ ଗାନ୍ଧୀ ସ୍ନାତୋକତ୍ତର ଆର୍ୟୁବିଜ୍ଞାନ ସଂସ୍ଥାନରେ ସକାଳ ୯.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମନ୍ତ୍ରୀ କିଛି ଦିନ ହେବ ଅକ୍ସିଜେନ ଏବଂ ଭେଣ୍ଟିଲେଟର ରେ ରହିଥିଲେ । ଉତ୍ତରପ୍ରଦେଶ ସରକାରରେ ସେ ଶିକ୍ଷାମନ୍ତ୍ରୀ ଭାବେ କାମ କରୁଥିଲେ । କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ସେ ଜୁଲାଇ ୧୮ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଜଣେ ଲୋକପ୍ରିୟ ନେତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ ବୋଲି ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0